ତାଳ ଗଛ ର ଆତ୍ମ କଥା

Subhajit Sahu
1 min readMay 5, 2020

ତାଳ ଗଛ ସିଏ, ନିରିମାଖୀଟିଏ

ଦୁରକୁ ଦୁରକୁ ଦେଖୁଛି

ତା ଦୁଃଖ ପାସରା, ଅଟେ ଅପାସୋରା

ହୁଏନି କା ହାତଧରା

ହୁଏନି ମୋ ହାତଧରା

ଦିନେ ପ୍ରଭାତରେ, ଅଧା ଶରୀରରେ

ନିଂଆ ରେ ଜଳି ଡାକୁଛି

କିଏ ସେ ମାନବ, ଜଳାଇ ଶରୀର

ତଡ଼ପି ତଡ଼ପି ମାରୁଛି

ତା ଜଳା କାୟାକୁ, ନିତି ଆଖି ପଡ଼େ

ଖୋଜେ ତା ନରମ ମନକୁ

ବୁଝି ପାରେନି ତା, ହୃଦୟ ଦରଦ

କେତେ ଅଛି ଗଭୀରକୁ

ଦେଖ ବିଭୁକଂର, କି ସୁଦଂର ବିଚାର

ତା ଗଭା ମଡିଂତ ଫଳ -

ଝୁଲି ପଡ଼ି ଅଛି, ହସି ହସି କରି

ଆନଂଦେ ସିଏ ବିଭୋର

- ମୀରା ରାଣି

--

--